Categories: ଜାତୀୟ

ଏକସାଙ୍ଗରେ ମିଳିଲା ୫ ଶ୍ରମିକଙ୍କ ମୃତଦେହ

ହାଇଦ୍ରାବାଦ୍‌,୨୯।୭: ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି। ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି। ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି।
କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏଠାରେ ଥିବା ଏକ ଭୂତଳ ନିର୍ମାଣ ସ୍ଥଳରେ ପାଞ୍ଚ ଜଣ ଯୁବକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ ଆଘାତ ଚିହ୍ନ ମଧ୍ୟ ରହିଥିଲା, ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share