Categories: ବାଣିଜ୍ୟ

ଜ୍ୱର ପାଇଁ ଫିଭୋଗ୍ରିଟ୍‌ ସର୍ବୋତ୍ତମ ଔଷଧ: ପତଞ୍ଜଳି

ଭୁବନେଶ୍ୱର,୨୦।୭(ଅନୁରାଧା ମହାରଣା):ଜ୍ୱର ଚିକିତ୍ସାରେ ବ୍ୟବହୃତ ଏଲୋପ୍ୟାଥିକ୍‌ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିତ୍ବାବେଳେ ଆୟୁର୍ବେଦିକ ଔଷଧ ‘ଫିଭୋଗ୍ରିଟ୍‌’ ସର୍ବୋତ୍ତମ ଔଷଧ ବୋଲି ପତଞ୍ଜଳି ଦାବି କରିଛି। ପତଞ୍ଜଳି ପକ୍ଷରୁ ଏନେଇ କରାଯାଇଥିବା ଅଧ୍ୟୟନ ଆମେରିକାର ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲ ‘ଆନିମଲ ମଡେଲ ଆଣ୍ଡ ଏକ୍ସପେରିମେଣ୍ଟାଲ ମେଡିସିନ୍‌’ରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ ଅନୁସାରେ ଶରୀରରେ ଯେକୌଣସି ପ୍ରକାର ସଂକ୍ରମଣ ଏବଂ ପ୍ରଦାହ ହୁଏ, ପ୍ରତିରକ୍ଷା କୋଷଗୁଡ଼ିକ ଅନେକ ପ୍ରକାର ପ୍ରଦାହକାରୀ ସାଇଟୋକାଇନ ସୃଷ୍ଟି କରନ୍ତି। ଫିଭୋଗ୍ରିଟ୍‌ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ଜ୍ୱର ସୃଷ୍ଟି କରୁଥିବା କାରଣକୁ ଭଲ କରିବାରେ ସକ୍ଷମ । ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ଏହା ଆୟୁର୍ବେଦର ଶକ୍ତି, ଆମେ ନିମିତ୍ତ ମାତ୍ର। ଭାରତୀୟ ସଂସ୍କୃତି ଏବଂ ସଂସ୍କୃତ ପାଇଁ ଗର୍ବର ବିଷୟ । ଆୟୁର୍ବେଦ, ସଂସ୍କୃତ ଏବଂ ଦେବନାଗରୀ ଲିପିର ମୂଳ ଭାଷାରେ ଭାରତୀୟ ଔଷଧୀୟ ବୃକ୍ଷର ନାମ ଏହି ଅନ୍ତର୍ଜାତୀୟ ପତ୍ରିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ଆଚାର୍ଯ୍ୟ କହିଛନ୍ତି।

Share