ଦକ୍ଷିଣ ଇରାନ ବନ୍ୟାରେ ଗଲା ୨୧ ଜୀବନ

ତେହରାନ, ୨୫।୭: ପ୍ରବଳ ବର୍ଷା କାରଣରୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋଟର୍ର୍ ଅନୁସାରେ ବନ୍ୟାରେ ପ୍ରାୟ ୨୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସିଟି ଗଭର୍ନର ୟୁସେଫ୍‌ କାରେଗାର କହିଛନ୍ତି। ତେବେ ବନ୍ୟା ଜଳରେ ଫସିରହିଥିବା ପାଖାପାଖି ୫୫ ଜଣଙ୍କୁ ଉଦ୍ଧାରକାରୀ ଦଳ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ବି ୬ଜଣ ନିଖୋଜ ଥିବା ଜଣାପଡ଼ିଛି। ଅନ୍ୟପଟେ ବନ୍ୟାରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଛି।

Share