Categories: ଜାତୀୟ

ମନ୍ଦିର କାନ୍ଥରେ ଫଶିଗଲା ଚୋର

ଶ୍ରୀକାକୁଲମ,୭।୪: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ଜାମି ଏଲାମା ମନ୍ଦିରରୁ ଚୋରି କରିବା ପରେ ମନ୍ଦିରର କାନ୍ଥରେ ଥିବା ଗାତରେ ଫଶି ଯାଇଥିଲେ ଅଭିଯୁକ୍ତ। ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ତାଙ୍କ ବିରୋଧରେ ଡକାୟତି ମାମଲା ରୁଜୁ କରିଛି।

“ଚୋରକୁ ପାପା ରାଓ ଭାବେ ଚିହ୍ନଟ କରାଯାଇଛି। ସେ ଜାମି ଏଲାମା ମନ୍ଦିରରୁ ୯ ଗ୍ରାମ ସୁନା ଚୋରି କରିଥିଲେ। ମନ୍ଦିର ପରିସରର କାନ୍ଥରେ ସେ ଗାତ ଖୋଳି ଭିତରରେ ପ୍ରବେଶ କରିଥିଲେ। କିନ୍ତୁ ଫେରିଲା ବେଳେ ସେହି ଗାତରେ ଫଶି ଯାଇଥିଲେ। ଚୋରକୁ ଆମେ ରେଡ୍‌ ହ୍ୟାଣ୍ଡଡେଡ୍‌ ଧରିଛି” ବୋଲି ବରିଷ୍ଠ ପୋଲିସ ଅଧିକାରୀ ଚିରନଜୀବି କହିଛନ୍ତି।

Share