Categories: ଜାତୀୟ

୫ ଘଣ୍ଟା ବିଳମ୍ବ ପରେ ବିମାନ ରଦ୍ଦ, ଫସି ରହିଲେ ୩୦୦ ଯାତ୍ରୀ

ମୁମ୍ବାଇ, ୧୬।୯: ମୁମ୍ବାଇରୁ ଦୋହା ଯିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ୬ଇ ୧୩୦୩ ବିମାନରେ ବୈଷୟିକଜନିତ ତ୍ରୁଟି ଦେଖାଯିବା ଯୋଗୁ ରବିବାର ଏହାର ଉଡ଼ାଣରେ ବାରମ୍ବାର ବିଳମ୍ବ ଘଟିଥିଲା ଏବଂ ପରିଶେଷରେ ଏହି ବିମାନକୁ ରଦ୍ଦ କରିଦିଆଯାଇଥିଲା। ଉକ୍ତ ବିମାନରେ ପ୍ରାୟ ୨୫୦ରୁ ୩୦୦ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ଯାତ୍ରୀମାନଙ୍କୁ ୫ ଘଣ୍ଟା ଧରି ବିମାନରେ ବସିବାକୁ ବାଧ୍ୟ କରାଯାଇଥିବା ସହ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁମତି ଦିଆଯାଇ ନ ଥିଲା। ଫଳରେ ବହୁ ଯାତ୍ରୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିମାନ ରଦ୍ଦକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ମୁଖପାତ୍ର କ୍ଷମା ପ୍ରାର୍ଥନା କରିଛନ୍ତି। ବିମାନ ଉଡାଣ ପାଇଁ ଅନେକ ଚେଷ୍ଟା କରାଯାଇଥିବା ସତ୍ତ୍ୱେ ମଧ୍ୟ କ୍ରିଉ ସଦସ୍ୟ ବିଫଳ ହୋଇଥିବା ସେ କହିଛନ୍ତି। ହୋଟେଲରେ ସମସ୍ତ ଯାତ୍ରୀଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ସେମାନଙ୍କୁ ଦୋହାରେ ପହଞ୍ଚାଇକୁ ଅନ୍ୟ ବିମାନ ବୁକ୍‌ କରାଯାଇଛି ବୋଲି ସେ କହିଛନ୍ତି।

Share