ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ ବୁକିଂ ଟଙ୍କା ଶୀଘ୍ର ଫେରାଇବାକୁ ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଏୟାରଲାଇନ୍ସ୍‌ କମ୍ପାନୀଗୁଡ଼ିକୁ ସୂଚିତ କରାଯାଇଛି। ୩ ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଟଙ୍କା ଫେରସ୍ତ ଲାଗି ଏହି ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା। ଏହାକୁ ସୁପ୍ରିମ୍‌କୋର୍ଟ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ,ମାର୍ଚ୍ଚ ୨୫ରୁ ମେ ୨୪ ମଧ୍ୟରେ ଯାତ୍ରୀମାନେ ଘରୋଇ ତଥା ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଟିକଟ ବୁକିଂ କରିଥିଲେ।

Share