ଭୁବନେଶ୍ୱର-ରାଉରକେଲାକୁ ଉଡିଲା ବିମାନ

ଭୁବନେଶ୍ୱର,୭।୧(ବ୍ୟୁରୋ): ଶୁଭାରମ୍ଭ ହେଲା ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଫ୍ଲାଗ୍‌ ଅଫ କରିଛନ୍ତି। ଆସନ୍ତା ୧୨ରୁ ରୁଟିନ୍‌ ଉଡାଣ ଆରମ୍ଭ ହେବ। ତେବେ ଭୁବନେଶ୍ୱର-ରାଉରକେଲା ବିମାନ ଭଡା ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲା-ଭୁବନେଶ୍ୱର ବିମାନ ଭଡ଼ା ୨୭ ଶହ ୨୧ ଟଙ୍କା ରହିଛି।