ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି। ସମ୍ପ୍ରତି ମୁମ୍ବାଇରୁ ଜଣେ ଯାତ୍ରୀଙ୍କୁ ନେଇ ଇମିରାତ ବିମାନ ଦୁବାଇ ଯାତ୍ରା କରିଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ହେଉଛନ୍ତି ଭାବେଶ ଜାଭେରି। ସେ ତାଙ୍କ ଦୁବାଇ ଯାତ୍ରାର ୨ ମିନିଟ୍‌ ୫୬ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ବିମାନରେ କେବଳ କର୍ମଚାରୀ ଏବଂ ସୁରକ୍ଷାକର୍ମୀ ରହିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ସାଧାରଣତଃ ପାଇଲଟ ବିମାନ ଯାତ୍ରାକାଳୀନ ଘୋଷଣା କରିଥାନ୍ତି। ମାତ୍ର ବିମାନରେ ଭବେଶ ଜଣେ ମାତ୍ର ଯାତ୍ରୀ ଥିବାରୁ ପାଇଲଟ ତାଙ୍କ ପାଖକୁ ଆସି ସ୍ବାଗତ କରିଥିଲେ। ବିମାନଟି ସମ୍ପୂର୍ଣ୍ଣ ସାନିଟାଇଜ୍‌ ହୋଇଥିବା ସମ୍ପର୍କରେ ପାଇଲଟ ଭବେଶଙ୍କୁ ସୂଚନା ଦେଇଥିଲେ। ଏହାପରେ ବିମାନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Share