Posted inଜାତୀୟ

ଉଡାନ୍‌ ଯୋଜନା ବିଫଳ

ନୂଆଦିଲ୍ଲୀ, ୨୦।୮: ଦେଶର ବିଭିନ୍ନ ଅଞ୍ଚଳକୁ ବିମାନ ସେବା ଯୋଗାଇଦେବା ଲାଗି ଉଡାନ୍‌ (ଉଡେ ଦେଶ କା ଆମ୍‌ ନାଗରିକ) ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କେନ୍ଦ୍ରର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ୯୩ ପ୍ରତିଶତ ରୁଟ୍‌ରେ କାମ କରୁ ନ ଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୬ ଅକ୍ଟୋବର ୨୧ରେ ଉଡାନ୍‌ ଯୋଜନା ଆରମ୍ଭ ହୋଇଥିଲା। ଟାୟାର-୨ ଏବଂ ଟାୟାର-୩ ମହାନଗର ଓ ସହରଗୁଡ଼ିକୁ ଆକାଶପଥରେ ସଂଯୋଗ କରିବା ସହ ସାଧାରଣ ନାଗରିକଙ୍କୁ ସ୍ବଳ୍ପ ମୂଲ୍ୟରେ ଏହି ସେବା ଉପଲବ୍ଧ କରାଇବା ଉକ୍ତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ଲିପର ପିନ୍ଧୁଥିବା ଲୋକେ ବିମାନରେ ଉଡ଼ିବେ ବୋଲି ମୋଦି ସରକାର ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ, ଯାହା ଅନ୍ୟ ପ୍ରତିଶ୍ରୁତି ଭଳି ପୂରଣ ହୋଇପାରି ନାହିଁ। ଏପରିକି ଏୟାରଲାଇନ୍ସଗୁଡ଼ିକର ନିରପେକ୍ଷ ଅଡିଟ୍‌ କରାଯାଇ ନାହିଁ। ବହୁ ପ୍ରଚାରିତ ହେଲିକପ୍ଟର ସେବା ବନ୍ଦ ରହିଛି।
ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ)ଙ୍କ ରିପୋର୍ଟରୁ ଉଡାନ ଯୋଜନାର ବିଫଳତା ଜଣାପଡ଼ିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ଆଉ ଏକ ମିଥ୍ୟା ପ୍ରତିଶ୍ରୁତି ଓ ଜୁମ୍‌ଲା ପଦାରେ ପଡ଼ିଥିବା ସେ କହିଛନ୍ତି। ଦେଶବାସୀ ଉଡାନ୍‌ ପରିବର୍ତ୍ତେ ମିଥ୍ୟା ଓ ଜୁମଲା ପାଇଛନ୍ତି। ପ୍ରତିଶ୍ରୁତି ପୂରଣ କରିପାରୁ ନ ଥିବା ବର୍ତ୍ତମାନର ଅକ୍ଷମ ସରକାରଙ୍କୁ ଦେଶବାସୀ କଦାପି କ୍ଷମା ଦେବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସମୟରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ଏଥିରୁ କେବଳ ଉଡାନ୍‌ ବିଫଳତା ସାମ୍‌ନାକୁ ଆସିନାହିଁ, ଭାଜପା ନେତୃତ୍ୱାଧୀନ ସରକାରରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିବା ରିପୋର୍ଟ ଦର୍ଶାଇଛି। ଭାରତମାଳା ପରିଯୋଜନା ଫେଜ୍‌-୧ ଅଧୀନରେ ଜାତୀୟ ରାଜପଥ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ନିୟମର ଉଲ୍ଲଂଘନ କରାଯାଇ ଟେଣ୍ଡର କିମ୍ବା ବିଡ୍‌ ସର୍ତ୍ତାବଳୀ ପୂରଣ କରୁ ନ ଥିବା ବିଫଳ ବିଡରମାନଙ୍କୁ ଜାଲ୍‌ ଦସ୍ତାବିଜ୍‌ ଆଧାରରେ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଚୟନ କରାଯାଇ କାମ ଦିଆଯାଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଦ୍ୱାରକା ଏକ୍ସପ୍ରେସ୍‌ଓ୍ବେ ପ୍ରୋଜେକ୍ଟରେ ଅଟକଳଠାରୁ ବହୁ ଅଧିକ ଅର୍ଥ ବ୍ୟୟ ହୋଇଛି। ଏକ୍ସପ୍ରେସ୍‌ ଓ୍ବେ ନିର୍ମାଣ ଲାଗି କିଲୋମିଟର ପିଛା ୧୮.୨୦ କୋଟି ଟଙ୍କା ବ୍ୟୟକୁ ଆର୍ଥତ୍କ ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦନ କରିଥିବାବେଳେ ହରିୟାଣାରେ ଏକ କ୍ୟାରେଜଓ୍ବେ ନିର୍ମାଣ ଲାଗି ଏନ୍‌ଏଚ୍‌ଏଆଇର ନିଷ୍ପତ୍ତି ଯୋଗୁ କିଲୋମିଟର ପିଛା ଖର୍ଚ୍ଚ ୧୫୦.୭୭ କୋଟି ଟଙ୍କାକୁ ବଢ଼ିଯାଇଥିଲା। ସେହିପରି ଦିଲ୍ଲୀ ବଡୋଦରା ଏକ୍ସପ୍ରେସ୍‌ଓ୍ବେ ପାଇଁ ଏନ୍‌ଏଚ୍‌ଏଆଇ ବୋର୍ଡ ୩୨,୮୩୯ କୋଟି ଟଙ୍କା ମଞ୍ଜୁର କରିଥିଲା ଯାହା ଭାରତମାଳା-୧ ପରିଯୋଜନା ପାଇଁ କ୍ୟାବିନେଟ କମିଟିର ଅନୁମୋଦନ ପାଇ ନ ଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ବିନା ମଞ୍ଜୁରୀରେ ରେଳ ମନ୍ତ୍ରଣାଳୟ ସରକାରୀ ପାଣ୍ଠି ବିନିଯୋଗ କରିଥିବା ଅଡିଟ୍‌ରୁ ଜଣାପଡ଼ିଥିଲା। ୨୦୨୧-୨୨ ଆର୍ଥତ୍କ ବର୍ଷରେ ମନ୍ତ୍ରଣାଳୟ ୧,୯୩୭ଟି ଘଟଣାରେ ମୋଟ ୨୩,୮୮୫.୪୭ କୋଟି ଟଙ୍କା ବିନା ମଞ୍ଜୁରୀରେ ବ୍ୟୟ କରିଛି। ସେହିପରି ୨୦୨୦-୨୧ ଆର୍ଥତ୍କ
ରେଲଓ୍ବେ ୨,୭୭୫ଟି ମାମଲାରେ ୮,୧୨୭.୯୭ କୋଟି ଟଙ୍କା ବିନା ମଞ୍ଜୁରୀରେ ବ୍ୟୟ କରିଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ସିଏଜି ରିପୋର୍ଟରେ ଅନୁରୂପ ତ୍ରୁଟି ଦର୍ଶାଯାଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିବା ସହ ଦୁର୍ନୀତି ପାଇଁ ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ ହେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri