Categories: ଜାତୀୟ

ଉଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ, ଖାର୍ଗେ ଦର୍ଶାଇଲେ ସିଏଜି ରିପୋର୍ଟ…

ନୂଆଦିଲ୍ଲୀ,୧୯।୮ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଦାବି କରିଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି କେନ୍ଦ୍ରର ଛଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ। ସାଧାରଣ ଜନତା କେବଳ ସରକାରଙ୍କଠାରୁ ମିଥ୍ୟା ପ୍ରତିଶ୍ରୁତି ପାଇଛନ୍ତି।

୨୧ ଅକ୍ଟୋବର ୨୦୧୬ ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଡାଣ (ଉଡେ ଦେଶ କା ଆମ ନାଗରିକ) ନାମକ ଏକ ଆଞ୍ଚଳିକ ସଂଯୋଗୀକରଣ ଯୋଜନା କେବଳ କାଗଜ ପତ୍ରରେ ରହିଛି। ସେ ଟୱିଟ କରି କହିଛନ୍ତି, ଉଡାଣ ମିଳି ନାହିଁ, କେବଳ ମିଥ୍ୟା ଏବଂ ଭ୍ରାନ୍ତ କଥା କହି ଲୋକଙ୍କୁ ସରକାର ଭଣ୍ଡେଇଛନ୍ତି। ଭାରତବାସୀ ଏପରି ଅଯୋଗ୍ୟ ସରକାରକୁ ଆଉ କ୍ଷମା କରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିମାନ ଯାତ୍ରା ସୁବିଧା ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। ଆମେ ଏହା କହୁ ନାହୁଁ, ସିଏଜି ରିପୋର୍ଟ ଏହା କହୁଛି। ଏପରିକି ଏୟାରଲାଇନ୍ସର ନିରପେକ୍ଷ ଅଡିଟ ମଧ୍ୟ କରାଯାଇ ନାହିଁ। ବହୁ ପ୍ରଚାରିତ ହେଲିକପ୍ଟର ସେବା ମଧ୍ୟ ଅଟକି ଯାଇଛି।

Share