୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ ଏହି ଯୋଜନା ହୋଇଥିଲେ ହେଁ ପରେ ତାହାକୁ ୩ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଏହି ରୋଟରକ୍ରାଫ୍ଟର ପ୍ରଥମ ଟେଷ୍ଟ ଫ୍ଲାଇଟ ହେବ। ନାସା ଏହି ହେଲିକପ୍ଟର ଉଡ଼ାଣର ଫଳାଫଳକୁ ଗୋଟିଏ ଦିନ ପରେ ପ୍ରକାଶ କରିବ। ଶୁକ୍ରବାର ରାତିରେ ମିଳିଥିବା ତଥ୍ୟକୁ ଆଧାର କରି ବିମାନ ଉଡ଼ାଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ହାଇ ସ୍ପିଡ୍‌ ରୋଟର୍ସ ସ୍ପିନ୍‌ ପରୀକ୍ଷଣ ସମୟରେ କମାଣ୍ଡ ସିକ୍ୱେନ୍ସ ଶୀଘ୍ର ଶେଷ ହୋଇଯାଇଥିଲା। ଫ୍ଲାଇଟ୍‌ କମ୍ପ୍ୟୁଟରକୁ ‘ପ୍ରି ଫ୍ଲାଇଟ୍‌’ରୁ ‘ଫ୍ଲାଇଟ୍‌’ ମୋଡ୍‌ ରଖିବା ସମୟରେ ଏପରି ଘଟିଥିଲା। ତେବେ ହେଲିକପ୍ଟରଟି ସୁରକ୍ଷିତ ଏବଂ ପୃଥିବୀ ସହିତ ଏହା ଯୋଗାଯୋଗରେ ଥିବା ନାସା ପକ୍ଷରୁ କୁହାଯାଇଛି। ଫେବୃୟାରୀ ୧୮ରେ ମାର୍ସ ହେଲିକପ୍ଟର ପର୍ସିଭରେନ୍ସ ରୋଭର ସହ ମଙ୍ଗଳ ମାଟିରେ ପହଞ୍ଚିଥିଲା।

Share