ଭବାନୀପାଟଣାରୁ ଭୁବନେଶ୍ବରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୮।୮(ଅସମାପିକା ସାହୁ): ଖୁବ୍‌ଶୀଘ୍ର କଳାହାଣ୍ଡି ଜିଲାକୁ ବିମାନ ଉଡ଼ିବ। ଭବାନୀପାଟଣାସ୍ଥିତ ଉତ୍କେଲା ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଅନୁମତି ଦେବା ସହ ବିମାନ ଚଳାଚଳ ନେଇ ସୋମବାର ଲାଇସେନ୍ସ ପ୍ରଦାନ କରାଯାଇଛି। ଡିଜିସିଏର ଏହି ଅନୁମତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି। ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ। ଏହା ଫଳରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତମାସରେ ଡିଜିସିଏ ଟିମ୍‌ କଳାହାଣ୍ଡି ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହି ପର୍ଯ୍ୟାୟରେ ଭବନୀପାଟଣା ଯୋଡ଼ିହୋଇଛି। ମାଲକାନଗିରିରେ ମଧ୍ୟ ଏକ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦରର କାମ ଜାରି ରହିଛି, ଯାହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

Share