କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହା ଏକ ଅଘଟଣ ବୋଲି ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କହିଛି। ବୈଷୟିକ ତ୍ରୁଟି ପରେ ସବୁ ବିମାନ ଗ୍ରାଉଣ୍ଡରେ ଅଛନ୍ତି।
ଏୟାର ମିଶନ ସିଷ୍ଟମକୁ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ଏଫ୍‌ଏଏ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଫ୍‌ଏଏ କହିଛି ଯେ, ଆମେ ସବୁ ଜିନିଷ ଯାଞ୍ଚ କରୁଛୁ ଏବଂ କିଛି ସମୟ ମଧ୍ୟରେ ଆମ ସିଷ୍ଟମକୁ ପୁଣି ଲୋଡ କରିବୁ। ବିମାନ ସେବା ସମଗ୍ର ଦେଶରେ ପ୍ରଭାବିତ ହୋଇଛି।

Share