Categories: ଜାତୀୟ

ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ବିମାନ ଉଡ଼ାଣ ମନା

ନୂଆଦିଲ୍ଲୀ,୯।୩: କରୋନା ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ପାଇଲଟଙ୍କୁ ବିମାନ ଉଡ଼ାଣ ମନା କରାଯାଇଛି। ଏନେଇ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ନିୟମ ଅନ୍ୟ ବିମାନ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଟିକା ନେବାର ୩୦ ମିନିଟ ପର୍ଯ୍ୟନ୍ତ ବିମାନ କର୍ମଚାରୀଙ୍କ ଉପରେ ଡାକ୍ତର ତୀକ୍ଷ୍‌ଣ ନଜର ରଖିବେ। ଏହାପରେ ତାଙ୍କୁ ଘରକୁ ଛଡ଼ାଯିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କହିଛି। ଦୁଇ ଦିନ ମଧ୍ୟରେ ପାଇଲଟ ଅଥବା ଅନ୍ୟ ବିମାନ କର୍ମଚାରୀଙ୍କଠାରେ ଯଦି କୌଣସି ସମସ୍ୟା ଦେଖାଯାଏ ତେବେ ତୁରନ୍ତ ତାହାର ସମୀକ୍ଷା କରାଯିବ।

Share