ଭୁବନେଶ୍ୱର, ୯।୫ (ବ୍ୟୁରୋ) : ଭୁବନେଶ୍ବରରୁ ଭାଇଜାଗ୍କୁ ବିମାନ ସେବା ଆରମ୍ଭ ହେବ। ଏହା ଭାୟା ଜୟପୁର ଦେଇ ଚଳାଚଳ କରିବ । ୯ ସିଟ୍ ବିଶିଷ୍ଟ ବିମାନରେ ଯାତ୍ରୀ ଯାତ୍ରା କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଡିଂରେ ଇଣ୍ଡିଆନ ଏୟାରଲାଇନ୍ସ ସାମିଲ ହୋଇଛି। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ଡିଜିସିଏର ଲାଇସେନ୍ସକୁ ଅପେକ୍ଷା କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।