କୋଲକାତା, ୨୭।୮: ପଶ୍ଚିମବଙ୍ଗରେ ଲକ୍ଡାଉନ କଟକଣାକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବରରୁ ରାଜ୍ୟ ଭିତରେ ଲୋକାଲ ଟ୍ରେନ୍ ଓ ମେଟ୍ରୋ ରେଳସେବା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ ରହିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଘୋଷଣା କରିଛନ୍ତି। ସେହିପରି ସ୍କୁଲ୍ କଲେଜ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧ରୁ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଓ ଅହମଦାବାଦରୁ କୋଲକାତାକୁ ବିମାନ ଚଳାଚଳ କରିବ। ଜୁଲାଇ ୬ରୁ ଏହି କୋଭିଡ୍ ହଟ୍ସ୍ପଟ ମହାନଗରୀରୁ କୋଲକାତାକୁ ବିମାନ ଚଳାଚଳ ବନ୍ଦ ଥିଲା।