ସେପ୍ଟେମ୍ବର ୯ ରୁ ଭୁବନେଶ୍ୱର-ସୁରତକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର,୩।୯(ବ୍ୟୁରୋ)-ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ଆରମ୍ଭ ହେବ ବିମାନ ସେବା। ସୁରତରୁ ବିମାନ ଅପରାହ୍ନ ସାଢେ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର ସୋମବାର ଓ ବୁଧବାର ଏୟାର ଇଣ୍ଡିଆ ସେବା ଯୋଗାଇବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।

Share