Posted inରାଜ୍ୟ

ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତା ଏବଂ ଜୟପୁରକୁ ବିମାନ ଉଡ଼ାଣ କରିବ

ଭୁବନେଶ୍ୱର,୪/୧୧: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନସେବା ଚଳିତ ମାସରେ ଆରମ୍ଭ ହେବ ବୋଲି ଇଣ୍ଡିଗୋ ଏୟାର ଲାଇନ୍ସ ସୂତ୍ରରୁ କୁହାଯାଇଛି । ଆସନ୍ତାକାଲି ଠାରୁ ଝାରସୁଗୁଡ଼ାରୁ କୋଲକାତା ଇଣ୍ଡିଗୋ ବିମାନ ଏବଂ ୧୫ ତାରିଖରୁ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ଏହି ବିମାନ ଚଳାଚଳ କରିବ । ଶିଳ୍ପାଞ୍ଚଳ ଝାରସୁଗୁଡ଼ାରୁ ଦୁଇ ପ୍ରମୁଖ ସହରକୁ ସିଧାସଳଖ ବିମାନସେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଲୋକମାନେ ଲାଭବାନ୍‍ ହେବେ ।

ସେହିଭଳି ଆସନ୍ତା ସୋମବାର ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ‘ଇଣ୍ଡିଆୱାନ୍‍’ ଏୟାର କମ୍ପାନୀର ବିମାନ କୋରାପୁଟ ଜିଲ୍ଲାର ଜୟପୁରକୁ ଉଡ଼ାଣ କରିବ। ସପ୍ତାହରେ ଦୁଇଥର ସୋମବାର ଏବଂ ଶୁକ୍ରବାର ଦିନ ଏହି ବିମାନସେବା ଉପଲବ୍ଧ ହେବ । ବିମାନବନ୍ଦର– ନୂଆ ଟର୍ମିନାଲ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଚାଲିଛି । ବିମାନ ବନ୍ଦର ପରିସରରେ ଥିବା ନୂଆ ଟର୍ମିନାଲ ଲିଙ୍କ୍‍ ବିଲ୍ଡିଂ ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ମଞ୍ଜୁରୀ ସକାଶେ ବିମାନ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଅନୁମତି ମିଳିବାପରେ ମାର୍ଗଦର୍ଶିକା ପ୍ରସ୍ତୁତ ହେବ ଏବଂ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହେବ ।

ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ୍‍ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି। ଖୁବ୍‍ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସୁରଟ୍‍, ଡେରାଡୁନ୍‍, ଚଣ୍ଡୀଗଡ଼ ଏବଂ ଜମ୍ମୁକୁ ବିମାନସେବା ଆରମ୍ଭ ହେବ । ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବର୍ତ୍ତମାନ ଦେଶର ୨୧ଟି ପ୍ରମୁଖ ସହରକୁ ବିମାନ ଯାତାୟାତ କରୁଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରୁ ମିଳିବ ମାସିକିଆ ପିଡିଏସ୍‌ ରାସନ, ୨୫ ସୁଦ୍ଧା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୨: ଖାଦ୍ୟ ସୁରକ୍ଷା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ...

ରମ୍ଭା ପୋଲିସକୁ ବଡ଼ ସଫଳତା, ମନ୍ଦିର ଚୋରୀ ଘଟଣାର ହଟିଲା ପରଦା

ଗଞ୍ଜାମ, ୨୧ା୧୨: (ବିଦ୍ୟାଧର ସାହୁ ): ଗତ କିଛି ମାସ ତଳେ ରମ୍ଭା ଓ ଗଞ୍ଜାମ ଅଞ୍ଚଳ ଶିବ ମନ୍ଦିର ଗୁଡିକରୁ ଲୁଟ ଘଟଣାରେ ରମ୍ଭା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭଦ୍ରକରେ ହେବ ବୟନ ପାର୍କ, ଏତିକି କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨ କୋଟି...

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌...

ନୂଆ ବର୍ଷରୁ ନୂଆ ନିୟମ: ଆଉ ୩ ମାସରେ ଥରେ ମିଳିବନି ରାସନ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୧।୧୨: ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।...

୨୮ରେ ସମ୍ବଲପୁର ଆସିବେ ଶାହା

ଭୁବନେଶ୍ୱର,୨୧।୧୨: ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ରେ ସେ ସମ୍ବଲପୁର ଗସ୍ତ କରିବେ। ଏନେଇ ଶନିବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri