ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ

ନୂଆଦିଲ୍ଲୀ,୩୧।୧୨: କୋଭିଡ୍‌-୧୯ ମହାମାରୀର ନୂଆ ଷ୍ଟ୍ରେନ୍‌ କାରଣରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ସୂଚନା ମିଳିଛି। ବ୍ରିଟେନରୁ ଭାରତ କିମ୍ବା ଭାରତରୁ ବ୍ରିଟେନକୁ ବିମାନ ଆଗାମୀ ନିଷ୍ପତ୍ତି ନ ହେବା ଯାଏ ଆଉ ବିମାନ ବାତିଲ ବୋଲିି ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରୀ ମନ୍ତ୍ରୀ ହରଦୀପ ପୁରୀ ଟୁଇଟ୍‌ କରି କହିଛନ୍ତି, ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଆଉ କିଛି ସମୟ ପାଇଁ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ଅସ୍ଥାୟୀ ଭାବେ ୭ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଘୋଷଣା କରାଯାଇଛି।

Share