Advertisement

ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂ ଡେଜ୍‌: ମାତ୍ର ୧ଟଙ୍କାରେ କରିପାରିବେ ବୁକିଂ, ଜାଣନ୍ତୁ କେଉଁଥିରେ ମିଳିବ ଅଫର..

ନୂଆଦିଲ୍ଲୀ,୧୩।୯: ଲୋକପ୍ରିୟ ଇ-କମର୍ସ ଓ୍ବେବ୍‌ସାଇଟ୍‌ ‘ଫ୍ଲିପ୍‌କାର୍ଟ’ ସେପ୍ଟେମ୍ବର ୧୮ ତାରିଖରୁ ବିଗ୍‌ ସେଭିଂ ଡେଜ୍‌ ସେଲ୍‌ ଆରମ୍ଭ କରିବାକୁ ଯାଉଛି। ଏଣୁ ଯଦି ଆପଣ ଶସ୍ତାରେ ଜିନିଷ କିଣିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।
ସେପ୍ଟେମ୍ବର ୧୮ରୁ ଏହି ସେଲ୍‌ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଏହି ସପ୍ତାହରେ ମୋବାଇଲ, ଟ୍ୟାବ୍‌ଲେଟ୍‌ ସହ ଅନ୍ୟ ସାମଗ୍ରୀ ଉପରେ ଭଲ ଅଫର୍‌ ପ୍ରଦାନ କରିବ। ଏହାଛଡ଼ା କମ୍ପାନୀ ଗ୍ରାହକମାନଙ୍କୁ ଏକ ଟଙ୍କାରେ ସାମଗ୍ରୀକୁ ପ୍ରି-ବୁକ୍‌ କରିବାର ସୁଯୋଗ ଦେବ। ଏସ୍‌ବିଆଇ କାର୍ଡଧାରୀଙ୍କୁ କ୍ରେଡିଟ୍‌ କୋର୍ଡ ଏବଂ ଇଏମ୍‌ଆଇ ନେଣଦେଣ ପ୍ରକ୍ରିୟାରେ ତତ୍‌କାଳ ୧୦% ରିହାତି ମିଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share