Categories: ବାଣିଜ୍ୟ

ଫ୍ଲିପକାର୍ଟ ସେଲ ସମୟରେ ମହିଳାଙ୍କୁ ଦେଇଥିଲା ୯୬ ଟଙ୍କାର ମହଙ୍ଗା ସାମ୍ପୁ, କଞ୍ଜୁମର କୋର୍ଟ ଲଗାଇଲା ୨୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୮।୧୨: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିକ୍ରୟ ସମୟରେ ଜଣେ ମହିଳା ଗ୍ରାହକଙ୍କ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ୯୬ଟଙ୍କା ଅଧିକ ମୂଲ୍ୟରେ ସାମ୍ପୁ ବିକ୍ରି କରିବା ଅତ୍ୟନ୍ତ ମହଙ୍ଗା ପଡିଥିଲା। ବେଙ୍ଗାଲୁରୁ ସ୍ଥିତ ଗ୍ରାହକ ଫୋରମ ମହିଳାଙ୍କ ଅଭିଯୋଗ ଉପରେ କମ୍ପାନୀ ଉପରେ୨୦ହଜାର ଟଙ୍କା ଜରିମାନା ଲଗାଇଛନ୍ତି। କେବଳ ଏତିକି ନୁହେଁ, ମହିଳାଙ୍କୁ ୨୦ହଜାର ଟଙ୍କା ଜରିମାନା ଏବଂ ଅଧିକ ୯୬ଟଙ୍କା ମଧ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବେଙ୍ଗାଲୁରୁରେ ରହୁଥିବା ଜଣେ ମହିଳା ବିଗ ବିଲିୟନ ଡେଜରେ ଫ୍ଲିପକାର୍ଟରୁ ସାମ୍ପୁ କିଣିଥିଲେ, ଯେତେବେଳେ ସାମ୍ପୁ ବିତରଣ କରାଯାଇଥିଲା, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ୯୬ଟଙ୍କା ଅଧିକ ଦାମରେ ବିକ୍ରି କରାଯାଇଛି। ଏଭଳି ପରିସ୍ଥିତିରେ ସେ କମ୍ପାନୀ ଉପରେ ଅଭିଯୋଗ କରିଥିଲେ। ମାମଲା ଦାଖଲ କରିବା ପରେ ଗ୍ରାହକ ଫୋରମ ଏହି ଅଭିଯୋଗର ସତ୍ୟତା ପାଇ କମ୍ପାନୀ ଉପରେ ଜରିମାନା ଲଗାଇ ମହିଳାଙ୍କୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share