Categories: ବାଣିଜ୍ୟ

Flipkart Sale: ଶସ୍ତାରେ ମିଳୁଛି ଆଇଫୋନ୍‌ ୧୫ ପ୍ରୋ, ୩୦ହଜାର ଯାଏ ହେବ ସଞ୍ଚୟ!

ନୂଆଦିଲ୍ଲୀ,୨୭।୯: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଭାରତର ଦୁଇଟି ବଡ ଇ-ବାଣିଜ୍ୟ କମ୍ପାନୀ ଯଥା ଫ୍ଲିପକାର୍ଟ ଏବଂ ଆମାଜନ ନିଜ ନିଜ ପ୍ଲାଟଫର୍ମରେ ଫେଷ୍ଟିଭାଲ ସେଲ୍‌ ଆରମ୍ଭ କରି ଦେଇଛନ୍ତି। ଫ୍ଲିପକାର୍ଟରେ ବର୍ତ୍ତମାନ ବିଗ ବିଲିୟନ ଡେଜ୍‌ ଏବଂ ଆମାଜନରେ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍‌ ଆରମ୍ଭ ହୋଇଛି। ଏହି ଦୁଇଟି ସେଲ୍‌ ଆଜିଠାରୁ ଆରମ୍ଭ ହୋଇଛି।

ଯଦି ଆପଣ ଏହି ଉତ୍ସବର ସେଲ୍‌ର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ଆଉ ନିଜ ପାଇଁ ଆଇଫୋନ ୧୫ ପ୍ରୋ କିଣିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଆପଣଙ୍କୁ ଫ୍ଲିପକାର୍ଟ ସେଲ୍‌ରେ ଉପଲବ୍ଧ ସର୍ବୋତ୍ତମ ଡିଲ୍‌ ଜଣାଇବୁ।

ଫ୍ଲିପକାର୍ଟର ବିଗ ବିଲିୟନ ଡେଜ୍‌ ୨୦୨୪ରେ, ଆପଣ ସର୍ବନିମ୍ନ ମୂଲ୍ୟରେ ଆଇଫୋନ ୧୫ ପ୍ରୋ କିଣି ପାରିବେ। ଆଇଫୋନ ୧୫ ପ୍ରୋ ର ମୂଳ ମୂଲ୍ୟ ହେଉଛି ୧,୧୯,୯୦୦ ଟଙ୍କା, କିନ୍ତୁ ଏହି ସେଲ୍‌ରେ ଆପଣ ଏହି ଫୋନକୁ ୯୯,୯୯୯ ଟଙ୍କାରେ କିଣି ପାରିବେ। ଯଦି ଆପଣ HDFC ବ୍ୟାଙ୍କ କାର୍ଡ ବ୍ୟବହାର କରି ପେମେଣ୍ଟ କରିବେ ଆପଣ ତୁରନ୍ତ ୫୦୦୦ଟଙ୍କା ରିହାତି ମଧ୍ୟ ପାଇପାରିବେ। ଏଥିସହ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ପାଇପାରିବେ । ଏଥିପାଇଁ ଆପଣଙ୍କୁ ସର୍ତ୍ତ ଅନୁଯାୟୀ ଆପଣଙ୍କର ପୁରୁଣା ଫୋନ ଦେବାକୁ ପଡିବ। ଏହି ସମସ୍ତ ଅଫରଗୁଡିକୁ ମିଶାଇଲେ ଆପଣ କେବଳ ୮୯,୯୯୯ଟଙ୍କାରେ ଆଇଫୋନ ୧୫ ପ୍ରୋ କିଣି ପାରିବେ, ଯାହା ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୂଲ୍ୟ ଅଟେ।

ଏହି ମୂଲ୍ୟରେ ଆପଣ ଆଇଫୋନ ୧୫ ପ୍ରୋ ର ୨୫୬ ଜିବି ଭାରିଆଣ୍ଟ ପାଇବେ। ତେବେ, ଏହି ଫୋନରେ ଅନ୍ୟ ଷ୍ଟୋରେଜ ବିକଳ୍ପ ମଧ୍ୟ ଉପଲବ୍ଧ। ଆପଲ ଇଣ୍ଟେଲିଜେନ୍ସ ଫିଚର ମଧ୍ୟ ଗତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୫ ପ୍ରୋରେ ଆସିଛି । ଆଇଫୋନ ୧୫ପ୍ରୋ ରେ, ଉପଭୋକ୍ତାମାନେ ୬.୧ ଇଞ୍ଚ OLED ସ୍କ୍ରିନ ପାଇବେ।

Share