ଭୁବନେଶ୍ୱର, ୮।୧୨: ଦେଶର ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍କାର୍ଟ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି),କାରିଗର ଏବଂ ବୁଣାକାରମାନଙ୍କୁ ସ୍ଥାୟୀ ବିକାଶ, ବଜାର ସୁବିଧା ଏବଂ ଜୀବିକା ସୃଷ୍ଟି କରିବାରେ ଏହି ଏମ୍ଓୟୁ ବେଶ୍ ସହାୟତା କରିବ ବୋଲି ଜଣାପଡ଼ିଛି।
ଏ ସମ୍ପର୍କରେ ମିଶନ ଶକ୍ତିର କମିଶନର ସୁଜାତା ଆର୍ .କାର୍ତ୍ତିକେୟନ୍ କହିଛନ୍ତି, ଏକ ଉନ୍ନତ ଭବିଷ୍ୟତ ପାଇଁ ‘ଇ-କମର୍ସ ନିଃସନ୍ଦେହ ଭାବେ ଏକ ନୂତନ ମାର୍ଗ ଅଟେ। ସେହିଭଳି ଫ୍ଲିପ୍କାର୍ଟ ଗ୍ରୁପ୍ର ସିସିଏଓ ରଜ୍ନୀଶ କୁମାର କହିଛନ୍ତି, ସ୍ଥାନୀୟ ବ୍ୟବସାୟଗୁଡିକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ଇ-କମର୍ସ ପ୍ଲାଟ୍ଫର୍ମରେ ବ୍ୟବସାୟ ଅଭିବୃଦ୍ଧି ସୁଯୋଗଗୁଡିକର ଆବିଷ୍କାର କରିବାରେ ସାହାଯ୍ୟ କରିବା ଓଡ଼ିଶା ସରକାରଙ୍କ ସହ ଏହି ସହଭାଗିତା ମାଧ୍ୟମରେ ଆମେ ଏକ ବିସ୍ତୃତ ଶୃଙ୍ଖଳାର ବ୍ୟବସାୟ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।