ଗାଧୋଇବାବେଳେ କେନାଲରେ ଭାସିଗଲେ

ଜୟପୁର, ୨୯।୩(ନି.ପ୍ର.)
କୋରପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ପଞ୍ଚାୟତ ଦଣ୍ଡସେନାଗୁଡ଼ା ଗ୍ରାମ ନିକଟ କେନାଲରେ ଗାଧୋଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇଛନ୍ତି। ସେ ହେଲେ ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି (୫୫)। ସୂଚନା ଅନୁଯାୟୀ, ସୋମବାର ସକାଳେ ସମ୍ବାରୁ ଗାଈ ଚରାଇବାକୁ ଯାଇଥିଲେ। ସେଠାରେ ଥିବା ଏକ କେନାଲରେ ଗାଧୋଇବାବେଳେ ଭାସିଯାଇଥିଲେ। ଖବରପାଇ କୁମୁଲିପୁଟ ସରପଞ୍ଚ ଜୟପୁର ଅଗ୍ନିଶମ ବିଭାଗ ଏବଂ ତହସିଲଦାରଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ରେସ୍‌କ୍ୟୁ ଅପରେଶନ ଆରମ୍ଭ କରିଛନ୍ତି। କେନାଲରେ ପାଣି ସ୍ରୋତ ଅଧିକ ଥିବାରୁ ଉପରମୁଣ୍ଡରୁ ଗେଟ୍‌ ବନ୍ଦ କରିବାକୁ କୁହାଯାଇଛି। ଦୁଇ ତିନିଘଣ୍ଟା ମଧ୍ୟରେ ପାଣି କମିବାପରେ ଓଡ୍ରାଫ୍‌ ଟିମ୍‌ ରେସ୍‌କ୍ୟୁ ଆରମ୍ଭ କରିବ। ସ୍ବାମୀଙ୍କୁ ଉଦ୍ଧାର କରିବାକୁ ସମ୍ବାରୁଙ୍କ ସ୍ତ୍ରୀ ରଟନି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

Top 5 Tech Startups in Odisha: ଓଡ଼ିଶାର ଟପ୍-୫ ଟେକ୍ ଷ୍ଟାର୍ଟଅପ୍

ଓଡ଼ିଶା ଏକ ଉଦୀୟମାନ ଟେକ୍ ଷ୍ଟାର୍ଟଅପ୍ ହବ୍ ଭାବେ ପରିଚିତ ହେଉଛି, ଯେଉଁଠାରେ ଅନେକ ନୂତନ ଉଦ୍ୟୋଗ ନୂତନତ୍ୱ ଓ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି...

୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର...

ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା

ବଲାଙ୍ଗୀର,୨୦ା୪: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍‌ନୀ...

ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା

ଭୁବନେଶ୍ୱର,୨୦।୪: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।...

ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍‌ ଫେରନ୍ତା

ଭୁବନେଶ୍ୱର,୨୦ା୪: ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ। ଜେଲ୍‌ ଫେରନ୍ତା ନିଜକୁ ନିଜେ ଗୁଳି କରି ଶେଷରେ ଫସି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ରେ ଏକ...

ରତ୍ନଭଣ୍ଡାରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ମରାମତି ହୋଇ ନ ଥିଲେ…

ଭୁବନେଶ୍ୱର,୨୦ା୪: ରତ୍ନଭଣ୍ଡାର ମରାମତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଠିକ୍‌ ସମୟରେ ମରାମତି ହୋଇ ନ...

ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ

ପାରଳାଖେମୁଣ୍ଡି,୨୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌. ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତରୁଣ କୁମାର ସେଠୀ ପୃଥକ୍‌ ଦୁଇଟି ଚୋରି ମାମଲାର ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image