କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ ଅଫିସ,୮।୮: କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ତାଙ୍କ ନାଁ ଶେଖ ସାଧୁ।
ସୂଚନାଯୋଗ୍ୟ, ଶନିବାର ନଦୀରେ ଗାଧୋଉଥିବା ସମୟରେ ଶେଖଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଶେଖ ସାଧୁଙ୍କର ପତ୍ତା ମିଳି ନଥିଲା। ରବିବାର ସକାଳେ ଏକ ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ମୃତଦେହ ଉଦ୍ଧାର କରିବା ପରେ ଏହା ଶେଖ୍‌ ସାଧୁଙ୍କର ବୋଲି ଜଣାପଡିଥିଲା।

Share