ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ

କୃଷ୍ଣପ୍ରସାଦ,୨୭ା୭(ଡି.ଏନ୍‌.ଏ.): ଚିଲିକାରେ ୭ ଦିନ ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗାକୁ ବନ୍ଦ କରିଦିଆଯାଇଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ହେବ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ୨୪ ତାରିଖରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ରେ ୧୭ ଜଣ ଏବଂ ୨୬ରେ ୧୮ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବାକୁ ଯାଇ ବିଡିଓ ଅଭିମନ୍ୟୁ ମାଝି ଜହ୍ନିକୁଦା-ଠାରୁ ସାତପଡ଼ା ଯାତାୟାତ କରୁଥିବା ଯାତ୍ରୀବାହୀ ଯାନବାହନକୁ ସୋମବାରଠାରୁ ୭ ଦିନ ଯାଏ ବନ୍ଦ କରିଛନ୍ତି।

ସେହିଭଳି ମାଲୁଦ ରାଜା ବଜାରକୁ ୭ ଦିନ ଯାଏ ସରପଞ୍ଚ ରବିନ୍ଦ୍ର ନାଥ ଦାସ ଅପରାହ୍ନ ଗୋଟାଏରୁ ସକାଳ ୭ଯାଏ ଶଟ୍‌ଡାଉନ କରିଛନ୍ତି। ବଜ୍ରକୋଟ ଗାଁକୁ ସରପଞ୍ଚ ୭ଦିନ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେହିଭଳି ପୁରୀ ଗଞ୍ଜାମ ଜିଲା ସୀମା ନନ୍ଦଳାକୁ ମଧ୍ୟ ସିଲ୍‌ କରାଯାଇଛି।

Share