ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା। ଏଏଫ୍‌ପି ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଏହା ବନ୍ୟାଜଳରେ ଖସି ପଡୁଥିବା ଦେଖିବାକୁ ମିଳିଛି।

 

ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି, ସୁରକ୍ଷା କର୍ମୀମାନେ କିପରି ଲୋକଙ୍କୁ ସଚେତନ କରୁଛନ୍ତି। ପାଣିରେ ଏହି ପୋଲ ଭାସିଯିବା ସମୟରେ କିଛି ପୋଲିସ କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିବା ନଜର ଆସିଛନ୍ତି। ଏହି ପୋଲ କାମ କରାକୋରାମ ରାଜପଥରେ ନିର୍ମିତ ହୋଇଥିଲା।

କୁହାଯାଉଛି ସୃଷ୍ଟି ବରଫ ତରଳିବା ହେତୁ ସେଠାରେ ଥିବା ଜଳ ସ୍ତର ଏତେ ବଢ଼ି ଯାଇଥିଲା ଯେ, ଏହା ଭୁଶୁଡି ପଡ଼ିଲା। ଆଜିକାଲି ସାରା ଦେଶରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ଏହା ବରଫଖଣ୍ଡ ତରଳିବା ଉପରେ ମଧ୍ୟ ପ୍ରଭାବ ପକାଉଛି।

Share