ପୁରୀ ବେଳାଭୂମିରେ ଭାସି ଆସି ଲାଗିଛି ବିରାଟ ଶକ୍ତି କୁଣ୍ଡ

ପୁରୀ ଅଫିସ,୧ା୬: ପୁରୀ ସମୁଦ୍ର ବେଳାଭୂମିରେ ଏକ ବିରାଟ ଶକ୍ତି କୁଣ୍ଡ ଲାଗିଛି। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ସେନେଇ ତର୍ଜମା ଆରମ୍ଭ ହୋଇଛି। ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ସଂରକ୍ଷିତ କରାଯାଇଛି। ଏହା କେତେ ପୁରୁଣା ଓ କେଉଁଠୁ ଆସିଲା ତାହା ଜାଣିବାକୁ ସର୍ଭେ କରାଯିବ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି।

ମଙ୍ଗଳବାର ଲାଇଟ୍‌ ହାଉସ ବେଳାଭୂମିରେ ଏହି ଶକ୍ତି କୁଣ୍ଡ ଲାଗିଥିବା ଲୋକେ ଦେଖିଥିଲେ। ଏହି ଖବର ପ୍ରଚାରିତ ପରେ ପ୍ରଶାସନ ପଦେକ୍ଷପ ନେଇଥିଲା। ଏହା ଗଙ୍ଗ ବଂଶ ସମୟ ଠାରୁ ଆହୁରି ପୁରୁଣା ବୋଲି ଅନୁମାନ କରାଯାଉଛି।

Share