ଓଡ଼ିଶାକୁ ବନ୍ୟା ସହାୟତା ୩୨୦.୯୪ କୋଟି

ଭୁବନେଶ୍ୱର,୩୦।୧(ବ୍ୟୁରୋ): ବନ୍ୟା କ୍ଷତି ଭରଣା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୩୨୦.୯୪ କୋଟି ମଞ୍ଜୁର କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍‌ଡିଆରଏଫ୍‌)ରୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ବାବଦରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ରାଜ୍ୟକୁ ୧୭୫୧.୦୫ କୋଟି ଟଙ୍କାର ଆର୍ଥିକ ସହାୟତାକୁ ମଞ୍ଜୁର କରାଯାଇଛି। ୨୦୧୯-୨୦ ରବି ଋତୁରେ ହୋଇଥିବା ଝଡ଼ତୋଫାନ ଏବଂ ୨୦୨୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ୫ଟି ରାଜ୍ୟରେ ଦେଖାଦେଇଥିବା ବନ୍ୟା, ଭୂସ୍ଖଳନ ଆଦିର ଭରଣା ପାଇଁ ଉକ୍ତ ଅର୍ଥ ମଞ୍ଜୁର କରାଯାଇଛି।
୨୦୨୦ରେ ହୋଇଥିବା ବନ୍ୟା ଓ ଭୂସ୍ଖଳନ ପାଇଁ ଆସାମକୁ ୪୩୭.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅରୁଣାଚଳ ପ୍ରଦେଶକୁ ୭୫.୮୬ କୋଟିସ୍‌, ତେଲେଙ୍ଗାନାକୁ ୨୪୫.୯୬ କୋଟି ଏବଂ ଉତ୍ତର ପ୍ରଦେଶକୁ ୩୮୬.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Share