ଦକ୍ଷିଣ ଆଫ୍ରିକାରେ ପ୍ରଳୟଙ୍କରୀ ବନ୍ୟା: ୪୦୦ ଲୋକ ମୃତ, ୪୦ ହଜାର ବାସଶୂନ୍ୟ

କେପଟାଉନ,୧୭ ।୪: ଦକ୍ଷିଣ ଆଫ୍ରିକାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସେଠାରେ ତାଣ୍ଡବ ରଚିଛି । ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ହଜାର ଲୋକ ବାସଶୂନ୍ୟ ହୋଇ ପଡିଥିବା ଜଣାପଡିଛି । ପ୍ରବଳ ବନ୍ୟା ଫଳରେ କେତେକ ଘର ଏମିତିକି ହସ୍ପିଟାଲ ବି ଭାସି ଯାଇଥିବା କୁହାଯାଉଛି । ଡରବାନ ସହରରେ ପାଣି ପସିଯିବାରୁ ବହୁ କ୍ଷୟକ୍ଷତି ହେବା ସହ କେତେକ ଲୋକ ନିଖୋଜ ହୋଇଯାଇଛନ୍ତି । ଗୋଟିଏ ପରିବାରର ୧୦ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ । ଅନେକ ସ୍ଥାନରେ ଘର ଭିତରେ ପାଣି ପଶି ଯିବାରୁ କେତେକ ଲୋକେ ଘରେ ଥାଇ ବି ମୃତ୍ୟୁର ଶିକାର ହୋଇଛନ୍ତି । ତେବେ ଘର ଭିତରେ ପଡିଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚାଲିଛି । ବନ୍ୟା ଆସିବାର ୬ ଦିନ ପରେ ନିଖୋଜ ଥିବା ଲୋକଙ୍କୁ ଜିବିତ ପାଇବା କଷ୍ଟକର ବୋଲି କୁହାଯାଉଛି ।

Share