ଭୁବନେଶ୍ୱର,୨୩।୮(ବ୍ୟୁରୋ): ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବନ୍ୟା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଛି। ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି। ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ। କେବଳ ମହାନଦୀ ସିଷ୍ଟମରେ ଘାଇ ହେଇଛି। ଏବେ ସବୁ ଘାଇର ଅସ୍ଥାୟୀ ଭାବେ ମରାମତି ହେଉଛି। ସେପ୍ଟେମ୍ବର ମାସରେ ସ୍ଥାୟୀ ମରାମତି ବୋଲି ବିଜୟ ମିଶ୍ର କହିଛନ୍ତି।