ବନ୍ୟା ପ୍ରଭାବ

ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ କ୍ରମେ ପଶ୍ଚିମବଙ୍ଗର ଶକ୍ତି ସଚିବ ଶାନ୍ତନୁ ବସୁ ଦାମୋଦର ଉପତ୍ୟକା ନିଗମ (ଡିଭିସି) ବୋର୍ଡ ପଦବୀରୁ ଇସ୍ତଫା ଦେଇଥିବା ଇମେଲ୍‌ରେ ଘୋଷଣା କରିଛନ୍ତି। ଡିଭିସିର ଡ୍ୟାମ୍‌ ସିଷ୍ଟମରୁ ଅନିୟନ୍ତ୍ରିତ ଭାବେ ପାଣି ଛଡ଼ାଯିବା ଘଟଣା ସହ ତାଙ୍କ ଇସ୍ତଫାର ସମ୍ପର୍କ ଅଛି ବୋଲି ଜଣାପଡ଼ିଛି। ଏଭଳି ପାଣି ଛଡ଼ାଯିବା ଦ୍ୱାରା ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ହଜାର ଲୋକଙ୍କର ବ୍ୟାପକ କ୍ଷତି ଘଟିଥିଲା। ବସୁ ସ୍ପଷ୍ଟ କରିଛନ୍ତି ଯେ, ଏହା ହେଉଛି ତାଙ୍କ ଇସ୍ତଫାର କାରଣ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବାର ନୈରାଶ୍ୟତାକୁ ଦର୍ଶାଏ। କୌତୂହଳର ବିଷୟ, ଏହି ଘଟଣା ସହ ପଶ୍ଚିମବଙ୍ଗ ଜଳସେଚନ ଏବଂ ଜଳପଥ ବିଭାଗର ମୁଖ୍ୟ ଇଞ୍ଜିନିୟର ଦାମୋଦର ଉପତ୍ୟକା ଜଳଭଣ୍ଡାର ନିୟାମକ କମିଟିର ନିଷ୍ପତ୍ତିକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ତେବେ କେବଳ ବନ୍ୟା ପରିଚାଳନାକୁ ନେଇ ଏହା ଏକ ପ୍ରତିକ୍ରିୟା ଥିଲା କି? ରାଜ୍ୟ ଏବଂ ଡିଭିସି ମଧ୍ୟରେ ଏକ ବଡ଼ ଶାସକୀୟ କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି କି? ଏହି ଘଟଣାର ପ୍ରଭାବ ବଡ଼ ହୋଇପାରେ। ବସୁଙ୍କ ଇସ୍ତଫା ସଙ୍କେତ ଦିଏ ଯେ, ଡିଭିସିର ଜଳସମ୍ପଦ ପରିଚାଳନାରେ ଗମ୍ଭୀର ସମସ୍ୟା ଥାଇପାରେ ଏବଂ ଏହା ଉତ୍ତରଦାୟିତ୍ୱ ଓ ତଦାରଖ ବିଷୟକୁ ଆଲୋଚନାକୁ ନେଇପାରେ। ପ୍ରାକୃତିକ ସମ୍ପଦ ପରିଚାଳନାଗତ ତ୍ରୁଟି କିପରି ସ୍ଥାନୀୟ ଲୋକଙ୍କ ପାଇଁ ବିନାଶକାରୀ ପରିଣାମ ଆଣିପାରେ ତାହା ମଧ୍ୟ ସାମ୍ନାକୁ ଆସିଛି। ଅଧିକାରୀମାନେ ଏହାର ପ୍ରତିବାଦରେ ଇସ୍ତଫା ଦେବା ଏକ ବାର୍ତ୍ତା ଦିଏ ଯେ କିଛି ଠିକ୍‌ ଚାଲିନି। ଏହା ଡିଭିସିର ପରିଚାଳନା କାର୍ଯ୍ୟରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିବାର ସମ୍ଭାବନା ଅଛି କି? ତେବେ ଆଗକୁ କ’ଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।
ଇଡି ଜାଲରେ ବାବୁ
ପୂର୍ବତନ ଆଇଏଏସ୍‌ ଅଧିକାରୀ ମୋହିନ୍ଦର ସିଂଙ୍କ ଘର ଓ ସମ୍ପତ୍ତି ଉପରେ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ ଅମଲାତନ୍ତ୍ରିକ ଦୁର୍ନୀତିକୁ ସାମ୍ନାକୁ ଆଣିଛି। ଏହା ସହ ସମାଜ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବକୁ ମଧ୍ୟ ଦର୍ଶାଇଛି। ମାୟାବତୀ ନେତୃତ୍ୱାଧୀନ ବିଏସ୍‌ପି ସରକାରଙ୍କ ଅଧୀନରେ ନୋଏଡା-ଗ୍ରେଟର ନୋଏଡା ପ୍ରାଧିକରଣର ଜଣେ ଶକ୍ତିଶାଳୀ ବ୍ୟକ୍ତି ସିଂ ଏବେ ଲୋଟସ ୩୦୦ ପ୍ରକଳ୍ପ ସହ ଜଡ଼ିତ ୪୨୬ କୋଟି ଟଙ୍କା ସ୍କାମ୍‌ର କେନ୍ଦ୍ରରେ ଅଛନ୍ତି। ଚଢ଼ାଉ ସମୟରେ ୧ କୋଟି ନଗଦ ଟଙ୍କା, ୧୨ କୋଟି ଟଙ୍କା ମୂଲ୍ୟର ହୀରା ଏବଂ ୭ କୋଟି ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ ହୋଇଛି। ଦୁର୍ନୀତିର ଏଭଳି ଅଭିଯୋଗ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବା ସହ ଗୃହକ୍ରେତା ଏବଂ ସାଧାରଣ ନାଗରିକମାନଙ୍କୁ ସେମାନଙ୍କର କଷ୍ଟ ଉପାର୍ଜିତ ଅର୍ଥରୁ ବଞ୍ଚିତ କରିଛି। ଏହି ଘଟଣାରେ ନିବେଶକମାନଙ୍କୁ ଘର ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏହା ବଦଳରେ ସେମାନେ ବଡ଼ ଠକେଇର ଶିକାର ହୋଇଗଲେ। ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ଇଡି ତଦନ୍ତରେ ପାଣ୍ଠି ଆମତ୍ସାତ୍‌ରେ ସମ୍ପୃକ୍ତ ବିଲ୍‌ଡର, ଅଧିକାରୀ ଏବଂ ସଂସ୍ଥାଗୁଡ଼ିକର ଏକ ନେଟୱର୍କ ସାମ୍ନାକୁ ଆସିଛି। ସିଂଙ୍କ ପରି ଅମଲାତନ୍ତ୍ରିକ ବ୍ୟକ୍ତିମାନେ ଏହାକୁ ଅଣଦେଖା କରିଛନ୍ତି କିମ୍ବା ସେଥିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଜନ କଲ୍ୟାଣ ଦାୟିତ୍ୱ ବହନ କରି ବ୍ୟକ୍ତିଗତ ଲାଭ ପାଇଁ କ୍ଷମତାର ଅପବ୍ୟବହାର କରୁଥିବା ଅଧିକାରୀମାନଙ୍କ ପାଇଁ ଏଭଳି ପରିଣାମ ଏକ ସ୍ପଷ୍ଟ ଚେତାବନୀ ଦିଏ। ଇଡି ସିଂଙ୍କୁ ଡାକିବା ଏବଂ ଅଧିକ ତଦନ୍ତ କରିବାର ସମ୍ଭାବନା ରହିଥିବାରୁ ତାଙ୍କ ପାଇଁ ଆଇନଗତ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ଏହି ଘୋଟାଲାର ପରିଣାମ ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ପ୍ରତି ଏକ ସତର୍କ ଘଣ୍ଟି।
ଦ୍ୱନ୍ଦ୍ୱରେ ଅଧିକାରୀ
ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଚଣ୍ଡିଗଡ଼ର ମ୍ୟୁନିସିପାଲ କର୍ପୋରେଶନ କମିଶନର ଭାବେ ଅନିନ୍ଦିତା ମିତ୍ର ଦାୟିତ୍ୱ ଶେଷ କରିବା ପରେ ପଞ୍ଜାବରେ ନୂତନ ପଦବୀରେ ଯୋଗଦେଇଥିଲେ। ଏବେ ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧିକୁ ସ୍ବୀକୃତି ଦିଆଯାଇଛି। କିନ୍ତୁ ଏକ୍ଷେତ୍ରରେ ବିଷୟଟି ଜଟିଳ ହୋଇଛି। ଯଦିଓ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି, ତଥାପି ସେ ପ୍ରକୃତରେ ତାଙ୍କ ପୁରୁଣା ପଦକୁ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପଞ୍ଜାବର ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ମିତ୍ର ଚଣ୍ଡିଗଡ଼ରେ ତିନି ବର୍ଷର ଡେପୁଟେଶନ ଶେଷ କରିବା ପରେ ପଞ୍ଜାବରେ ସମବାୟ ସଚିବ ତଥା ପଞ୍ଜାବ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି) ପ୍ରଶାସନ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିସାରିଛି ଏବଂ ବର୍ତ୍ତମାନ କେନ୍ଦ୍ର, ୟୁଟି ପ୍ରଶାସନ ଏବଂ ପଞ୍ଜାବ ସରକାରଙ୍କ ମଧ୍ୟରେ ଏହି ଘଟଣା ଜଟିଳ ହେବା ସହ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆଲୋଚନା ହେଉଛି, ୟୁଟି ପ୍ରଶାସନ କେନ୍ଦ୍ରରୁ ସ୍ପଷ୍ଟୀକରଣ ମାଗିପାରେ, କାରଣ ଏମ୍‌ସି କମିଶନର ପଦବୀ ପାଇଁ ସମ୍ଭାବ୍ୟ ବଦଳିର ଏକ ଚୟନ ତାଲିକା ମନ୍ତ୍ରଣାଳୟକୁ ପଠାଯାଇଥିଲା। ଏହା ମଧ୍ୟ ଉଲ୍ଲେଖନୀୟ ଯେ ଚଣ୍ଡିଗଡ଼ରେ ବୋଧହୁଏ ପ୍ରଥମ ଥର ଏପରି ପରିସ୍ଥିତି ଉପୁଜିଛି। ମିତ୍ରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଗାମୀ କିଛି ମାସରେ କ’ଣ ଘଟିବ ତାହା ଅନୁମେୟ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଲାଗି ରହିଥିବା ଏହି ଦ୍ୱନ୍ଦ୍ୱ ସାଧାରଣ ବାବୁ କାର୍ଯ୍ୟ ପରିସରରେ ଅସନ୍ତୋଷ ସୃଷ୍ଟି କରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମା’ର ବୈଜ୍ଞାନିକ ଦୃଷ୍ଟିକୋଣ

ପ୍ରକୃତି ଓ ପ୍ରାକୃତିକ ଘଟଣା ଆମକୁ ସବୁ ସମୟରେ ଆକର୍ଷିତ କରିଆସିଛି। ଆମେ ଆଖି ଖୋଲିଲେ ବିଭିନ୍ନ ପ୍ରକାର ଜିନିଷ ଆମ ନଜରରେ ପଡ଼େ। ବିଭିନ୍ନ...

କୃଷି କଷଣର ଶେଷ କାହିଁ

ଗତ କିଛି ବର୍ଷ ହେବ ଯେଉଁ ଦଳର ସରକାର ହୋଇଥାଉନା କାହିଁକି, ଯିଏ ବି ଅର୍ଥମନ୍ତ୍ରୀ ହୋଇଥାଆନ୍ତୁ, ବଜେଟ ଭାଷଣ ଆରମ୍ଭ କରିବା ସମୟରେ ସମସ୍ତେ...

ସଞ୍ଚୟ ଓ ସଂଶୟ

ମଣିଷ ଭବିଷ୍ୟତକୁ ଆଖିଆଗରେ ରଖି କାଳେ କିଛି ଖରାପ ବେଳ ଆସିପାରେ ବା ଆଗକୁ କିଛି ବଡ଼ ଖର୍ଚ୍ଚ ପଡ଼ିପାରେ, ତାହାକୁ ସହଜରେ ସମାହିତ କରିବା...

ଜଳବାୟୁ ପଦକ୍ଷେପରେ ଜନ ଭାଗୀଦାରି

ପ୍ରାୟ ଦଶବର୍ଷ ପୂର୍ବେ ପ୍ୟାରିସ୍‌ରେ ଦେଶମାନେ ଏକାଠି ହୋଇ ଜଳବାୟୁ ବିପର୍ଯ୍ୟୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଏକମତ ହୋଇଥିଲେ। କିନ୍ତୁ ଶକ୍ତି, ପରିବହନ ଏବଂ...

ସର୍ପ ଦଂଶନ ଓ ଅନ୍ଧବିଶ୍ୱାସ

ଗତ କିଛିଦିନ ହେଲା ଲଗାତର ଭାବେ ସର୍ପଦଂଶନ ମୃତ୍ୟୁ ଖବର ଅନେକଙ୍କୁ ଭୟଭୀତ କରୁଛି।  ମାସେ ତଳେ କେନ୍ଦୁଝର ଜିଲାର ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ...

ଏଇ ଭାରତରେ

ଅଣୁ ବିଜ୍ଞାନୀ ଡ. କଳ୍ପନା ଶଙ୍କର ଏବେ ଜଣେ ସମାଜସେବୀ ଭାବରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଚେଷ୍ଟା କରିବା ସହ ଅନେକ ହଜାର ମହିଳାଙ୍କୁ...

ଦେବଭୂମିରେ ଦୁର୍ବିପାକ

ଡ. ବିଜୟ କେତନ ପଟ୍ଟନାୟକ ଦେବଭୂମି କେରଳ ରାଜ୍ୟର ଉତ୍ତର ପୂର୍ବରେ ରହିଛି ରହସ୍ୟମୟ ବିସ୍ମୟୋତ୍ପାଦକ ସହର ଓ୍ବାୟନାଡ୍‌। ଏହି ସବୁଜିମାମୟ ସହରରେ ନିକଟରେ ପ୍ରକୃତିର...

ଆମ ହାତରେ ବମ୍‌

ରିତେଶ କୁମାର ଶିଶୁ ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ୱାକିଟକି, ପେଜର, ସ୍ମାର୍ଟ ଟିଭି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri