Categories: ଜାତୀୟ

ଡ୍ରେନ୍‌ରେ ପୁଅକୁ ଖୋଜୁଛନ୍ତି ବାପା, କାନ୍ଦିକାନ୍ଦି ଗଣମାଧ୍ୟମକୁ କହିଲେ ଏମିତି

ଗୁଆହାଟି,୭।୭: ଆସାମର ବଡ ସହର ଗୁଆହାଟିର ଅନେକ ଅଂଶ ବନ୍ୟା ଜଳରେ ବୁଡ଼ି ରହିଛି । ଏ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏବେ ସୁଦ୍ଧା ୫୮ଜଣଙ୍କ ଜୀବନ ଗଲାଣି । ଅନେକ ଲୋକ ଏବେ ମଧ୍ୟ   ଜଳବନ୍ଦୀ ଅଛନ୍ତି। ଏହା ଭିତରେ ଡ୍ରେନରେ ଏକ କୁନି ଛୁଆ ଭାସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ  ଚାଲିଥିଲେ ମଧ୍ୟ ୭୨ ଘଣ୍ଟା ହେବ କୌଣସି ପତ୍ତା ମିଳିପାରିନି । ଏଣେ ୮ବର୍ଷର କୁନି ପୁଅକୁ ବିକଳ ହୋଇ ଖୋଜୁଛନ୍ତି ବାପା ।
ସୂଚନା ଅନୁସାରେ,  ସହରର ଜ୍ୟୋତିନଗର ଅଞ୍ଚଳରେ ହୀରାଲାଲ ତାଙ୍କ କୁନି ପୁଅ  ଅବିନାଶକୁ ଧରି ସ୍କୁଟିରେ ଯାଉଥିବା ବେଳେ ଅବିନାଶ ସ୍କୁଟିରୁ ଖସିପଡି ଖୋଲା ଡ୍ରେନରେ ଭାସିଯାଇଥିଲେ । ଶୁକ୍ରବାର ସନ୍ଧ୍ୟାରୁ ଏବେ ଯାଏ ହୀରାଲାଲ ଏବଂ ଉଦ୍ଧାରକାରୀ ଟିମ୍‌ ଅବିନାଶଙ୍କୁ ଖୋଜୁଛନ୍ତି । ବହୁ ଖୋଜାଖୋଜି ପରେ  ଅବିନାଶଙ୍କର କେବଳ ଚପଲ ମିଳିଥିବା କହିଛନ୍ତି ହୀରାଲାଲ । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସି ହୀରାଲାଙ୍କୁ ସମବେଦନା ଜଣାଇଛନ୍ତି ।
ହୀରାଲାଲ କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ୭୨ ଘଣ୍ଟା ହେବ ମୁଁ ଖଣ୍ଡେ ଲୁହା ରଡ ଧରି ମୋ ପୁଅକୁ ଖୋଜୁଛି । କିନ୍ତୁ ଏହି ରଡ ସାହାଯ୍ୟରେ ଖୋଜିବା ସମ୍ଭବ ହୋଇପାରୁନି । ସରକାରଙ୍କ ପାଖରେ ମେଶିିନ ରହିଛି । ତେଣୁ ସରକାର ମେଶିନ ସହାୟତାରେ ମୋ ପୁଅକୁ ଖୋଜନ୍ତୁ ।
Share