Categories: ଜାତୀୟ

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ ଜଣ ସୈନିକଙ୍କ ସନ୍ଧାନ ଜାରି ରହିଛି। ଏହି ସମୟରେ ଭାରତୀୟ ସେନା ଉତ୍ତର ସିକ୍କିମରେ ଫସିରହିଥିବା ସାଧାରଣ ନାଗରିକ ଏବଂ ପର୍ଯ୍ୟଟକଙ୍କୁ ଖାଦ୍ୟ, ଚିକିତ୍ସା ସହାୟତା ଏବଂ ଯୋଗାଯୋଗ ସୁବିଧା ଯୋଗାଉଛନ୍ତି।

ଗୁଆହାଟୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ନେଲ ମହେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, ଭାରତୀୟ ସେନାର ନିଖୋଜ ସୈନିକମାନଙ୍କୁ ଖୋଜା ଚାଲିଛି। ସିଙ୍ଗଟାମ ନିକଟ ବୁର୍ଦାଙ୍ଗରେ ଘଟଣାସ୍ଥଳରେ ସେନା ଗାଡି ଖୋଳାଯାଉଛି। ସର୍ଚ୍ଚ ଅପରେସଶନରେ ସହାୟତା କରିବାକୁ ଟିଏମଆର (ଟ୍ରାଇକୋଲର ମାଉଣ୍ଟେନ ରେସକ୍ୟୁ), ଟ୍ରାକର କୁକୁର, ସ୍ବତନ୍ତ୍ର ରାଡାର ଦଳକୁ ଅଣାଯାଇଛି।

Share