ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର
(ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ ଥର ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ବୃଦ୍ଧିପାଇ ମଙ୍ଗଳବାର ମଧ୍ୟାହ୍ନରେ ବିପଦସଂକେତ ୧୦.୩୬ମିଟର ଟପି ରାତି ୮ଟା ୩୦ ସୁଦ୍ଧା ୧୧.୪ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ବନ୍ୟାଜଳ ଦୁଇ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ସହ ମୟୂରଭଞ୍ଜର କେତେକ ପଞ୍ଚାୟତରେ ଉଣା ଅଧିକେ ପାଣି ପ୍ରବେଶ କରିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ଦୁଇ ମେଦିନୀପୁର ଜିଲାର ଉଦବୃତ୍ତ ବର୍ଷା ଓ ବନ୍ୟାଜଳ ଭୋଗରାଇ ଏବଂ ଜଳେଶ୍ୱର ତଳି ଅଞ୍ଚଳରେ ପ୍ରବେଶ କରି ସ୍ଥିତିକୁ ବିଗାଡି ଦେଇଛି।

ବ୍ଲକର ୨୦ ପଞ୍ଚାୟତର ଶତାଧିକ ଗାଁ ବନ୍ୟା ପ୍ଲାବିତ ହୋଇଥିବାରୁ ଜୀବନଜୀବିକା ଦୁର୍ବିଷହ ହୋଇଛି। ଭୋଗରାଇର ଗୋଟିଏ ଗାଁରୁ ଅନ୍ୟ ଗାଁ ବିଚ୍ଛିନ୍ନ ହୋଇଥିବା ବେଳେ ମୁଖ୍ୟ ଓ ଗ୍ରାମରାସ୍ତାଗୁଡିକ ପାଣିରେ ବୁଡିଯାଇ ପାଣିର ସ୍ରୋତ ଛୁଟୁଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡ଼ଙ୍ଗା ବା କଦଳୀଭେଳା ଏକମାତ୍ର ସାହା ହୋଇଛି। ସୁବର୍ଣ୍ଣରେଖା ଦୁର୍ବଳ ନଦୀବନ୍ଧରେ ସେଚ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସେଚ ବିଭାଗର କନିଷ୍ଠଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଚିତ୍ତରଞ୍ଜନ ସିଅଳ କହିଛନ୍ତି। ସମସ୍ତ ସେଚ କର୍ମଚାରୀଙ୍କୁ ସତର୍କ ରହିବାକୁ ସେଚ ବିଭାଗର ଏସ୍‌ଇ ନବ କୁମାର ମହାଳିକ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ଯୋଗୁ ତହସିଲ, ବ୍ଲକ, ସେଚ, ଡ୍ରେନେଜ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀର ଛୁଟି ବାତିଲ କରି ବନ୍ୟାଞ୍ଚଳରେ ଲୋକଙ୍କୁ ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓ ବ୍ଲକ ଚେୟାରମ୍ୟାନ ପ୍ରବୀର କୁମାର ଗିରି ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କୁ ଅବିଳମ୍ବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସରକାରଙ୍କଠାରେ ଦାବି କରିଥିଲେ। ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲାପାଳ ପ୍ରଥମେଶ ସିରକେ, ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା ବନ୍ୟାସ୍ଥିତି ଅନୁଧ୍ୟାନ କରି ଫେରିଥିଲେ।

ବାଲିଆପାଳ ବ୍ଲକର ୧୫ଟି ପଞ୍ଚାୟତରେ ବନ୍ୟା ପାଣି ପଶିଛି। ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ବାଲିଆପାଳ ତହସିଲଦାର ଜନକ କୁମାର ନାୟକ ବିଭିନ୍ନ ବନ୍ୟାଞ୍ଚଳ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୁଭଦ୍ରା ଯୋଜନା ଲୋକାର୍ପଣ ହେଉଥିବାରୁ ତଳିଆ ଅଞ୍ଚଳରୁ ମହିଳାମାନେ ବନ୍ୟାଜଳରେ ପଶି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଲୋକେ ବନ୍ୟାଜଳରେ ପଶି ୧ କି.ମି.ରୁ ଅଧିକ ବାଟ ଯାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀକୂଳିଆ ପଞ୍ଚାୟତ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ୬ ଗାଁ, ଜାମକୁଣ୍ଡା ପଞ୍ଚାୟତର ୬ ଗାଁ, ବାଲିଆପାଳ ପଞ୍ଚାୟତର ୫ ଗାଁ, ଅସ୍ତି ପଞ୍ଚାୟତର ୯ ଗାଁ , ଘଣ୍ଟୁଆ ପଞ୍ଚାୟତର ୪ ଗାଁ, ନିଖିରା ପଞ୍ଚାୟତର ୬ ଗାଁ, କୁମ୍ଭାରୀ ପଞ୍ଚାୟତର ୬ଗାଁ, ଶ୍ରୀରାମପୁର ପଞ୍ଚାୟତର ୫ ଗାଁ, ଦେଭୋଗ ପଞ୍ଚାୟତର ୫ ଗାଁ ପ୍ରଭାବିତ ହେବାରେ ଲାଗିଛି। ବିଷ୍ଣୁପୁର ଜାମକୁଣ୍ଡା ରାସ୍ତା ଉପରେ ଉପରେ ପାଣି ପ୍ରବାହିତ ହେଉଛି। ବାଲିଆପାଳ-ବିଷ୍ଣୁପୁର ରାସ୍ତା, ବାଲିଆପାଳ-ନୟାବାଲି ରାସ୍ତା, ଇକଡପାଳ-ଜାମକୁଣ୍ଡା ରାସ୍ତା, ଚୌଧୁରୀକୁଦ-ପଞ୍ଚରୁଖୀ ରାସ୍ତା ଉପରେ ୩/୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ଜିଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କ ତଥ୍ୟ ଅନୁଯାୟୀ, ଜଳେଶ୍ୱରର ୩୫ଟି ପଞ୍ଚାୟତର ୧୦୫ଟି ଗାଁର ୨୦୫୦ ହେକ୍ଟର ଧାନଜମି ପାଣିରେ ବୁଡି ରହିଛି। ବର୍ଷା ଓ ବନ୍ୟା ଯୋଗୁ କମର୍ଦ୍ଦା-ବାଲିଆପାଳ, କୁଳିଦା-ଦେଉଳା, ମୋହନପୁର-ସାହୁଛକ, ମହାଗବ-ମଧୁପୁର, ନହରା-ସୁଗୋ ଭାୟା ନେତୁଆ , ଜଳେଶ୍ୱର-ଜମାଳପୁର, ଜଳେଶ୍ୱର ପଶ୍ଚିମବାର୍ଡ ଆଦି ମୁଖ୍ୟରାସ୍ତା ଉପରେ ପାଣିର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri