ଯୋଡା,୨୦ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହରର ମୁଖ୍ୟ ରାସ୍ତା ସୁନାନଦୀ ପୋଲ ନିକଟରେ ସୋମବାର ପାଣି ପାଇପ ଫାଟି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ପରେ ବିଭାଗୀୟ କର୍ମଚାରୀମାନେ ଖବର ପାଇ ଉକ୍ତ ପାଇପରେ ଜଳ ଯୋଗାଣକୁ ବନ୍ଦ କରିଥିଲେ।
ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ ସହରର ମୁଖ୍ୟ ରାସ୍ତାରେ ରହିଛି। ଏହି ରାସ୍ତା ଯୋଡ଼ା-ବାମେବାରୀ ରାଜ୍ୟ ରାଜପଥ ହୋଇଥିବାରୁ ରାସ୍ତା ଦେଇ ଦୈନିକ ଶହ ଶହ ଖଣିଜ ବୋଝେଇ ଭାରିଯାନ ଚଳାଚଳ କରୁଛି। ପାଇପକୁ ରାସ୍ତା ପାଶର୍ବକୁ ସ୍ଥାନାନ୍ତର କରା ଯାଉ ନ ଥିବାରୁ ଅନେକ ସମୟରେ ପାଇପ ଫାଟୁଥିବା ଦେଖିବାକୁ ମିଳୁଛି। ପାଇପ୍ ସ୍ଥାନାନ୍ତର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ପାଇପ୍ ମରାମତି କରି ଜଳ ଯୋଗାଣ କରିବାକୁ ସ୍ଥାନୀୟ ବାସିନ୍ଦା ଜୟରାମ ମହାନ୍ତ, ଦୁଃଖବନ୍ଧୁ ପାତ୍ର, ଦମୟନ୍ତୀ ବାରିକ, ରୁକ୍ମଣୀ ପାତ୍ର, ବ୍ୟବସାୟୀ ରାକେଶ ଗୁପ୍ତା ପ୍ରମୁଖ ଦାବି କରିଛନ୍ତି।