ପଶିଲା ମହାନଦୀ ବନ୍ୟାପାଣି: ଖୋର୍ଦ୍ଧା ବ୍ଲକର ୩ ପଞ୍ଚାୟତରେ ବନ୍ୟାସ୍ଥିତି

ଭୁବନେଶ୍ୱର,୯ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହେବାରୁ ହୀରାକୁଦ ଡ୍ୟାମର ଜଳସ୍ଥର ବଢିବାରେ ଲାଗିଛି। ଏନେଇ ହୀରାକୁଦ ଡ୍ୟାମ୍‌ରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ତଳମୁଣ୍ଡରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଏଭଳିସ୍ଥିତିରେ ଖୋର୍ଦ୍ଧା ଜିଲାର ଅନେକ ଅଞ୍ଚଳରେ ମହାନଦୀର ପଛୁଆ ପାଣି ପଶିଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ବ୍ଲକର ଓରବରସିଂହ, ନରଣଗଡ, ଶରଧାପୁର ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି।

ଅନ୍ୟପକ୍ଷେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଭକ୍ତ ରଞ୍ଜନ ମହାନ୍ତି କହିଚନ୍ତି। କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ। ଏନେଇ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏପରିକି ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍‌ ଅତିକ୍ରମ କରିବ ବନ୍ୟାଜ

Share