ଆଠମଲ୍ଲିକ,୩୦ା୭ (ଉଦୀପ୍ତ ପୁରୋହିତ): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଡ୍ୟାମ୍ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଯୋଗୁ ମହାନଦୀରେ ପାଣି ବଢ଼ିବାରେ ଲାଗିଛି। ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ହୀରାକୁଦର ପାଣି ପହଞ୍ଚିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିସହିତ ମହାନଦୀ ପାଣି ଦୁଇ କୂଳକୁ ଛୁଇଁଛି l ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିଲେ ମଧ୍ୟ ବନ୍ୟା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।