ଲଗାଣ ବର୍ଷା: ଏମ.ଭି ୩୭ ପୋଲ ଉପରେ ୩ଫୁଟର ବନ୍ୟା ପାଣି

କୋରୁକୋଣ୍ଡା ୧୮।୦୭(ଅବିନାଶ ବେହେରା)ଜିଲାରେ ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚାର ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ ଅତ୍ୟଧିକ ମାତ୍ରାରେ ପାଣି ଆସୁଥିବା ହେତୁ ବନ୍ୟା ଜଳ ପୋଲ ଉପରେ ଚାଲୁଛି। ଏହାଯୋଗୁୁ ବାଲିମେଳା ଏବଂ ମାଲକାନଗିରିକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ଗତ ୫ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଶେଷ ହୋଇପାରିନାହିଁ। ପ୍ରତିବର୍ଷ ବର୍ଷା ଦିନେ ଜନସାଧାରଣଙ୍କୁ ଏପରି ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ଏଥିସହ ତଳିଆ ଅଞ୍ଚଳରେ ଥିବା ଘର ଏବଂ ଚାଷ ଜମି ଧୋଇ ହୋଇଯିବା ନେଇ ଆଶଙ୍କା କରାଯାଉଛି। ଏପରି ସମସ୍ୟା ଉପୁଜୁଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share