ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ସମେତ ସାହି ବସ୍ତି ଜଳମଗ୍ନ ହୋଇଛି l ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି l ଜଳ ନିଷ୍କାସନ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଭଦ୍ରକ ପୌରାଞ୍ଚଳ ଅଧୀନ ୪ ନଂ, ୫ ନଂ, ୮ ଓ ୧୦ ନଂ ୱାର୍ଡରେ ଲୋକଙ୍କ ଘର ଭିତରେ ଶୁକ୍ରବାର ସନ୍ଧ୍ୟାରେ ପାଣି ପଶିଛି। ସହରର ଜଗନ୍ନାଥପୁର, ମହତାବ ନଗର, ଧରିତ୍ରୀ ନଗର, ଚରମ୍ପା, ଆଚାର୍ଯ୍ୟ ନଗର ରାସ୍ତା ଜଳାର୍ନବ ହୋଇଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ ରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଲହଡି ମାରୁଛି।ସେହିପରି ଜିଲାର ୭ ବ୍ଲକରେ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତା ଜଳାର୍ଣ୍ଣବ ହୋଇଛି l ବନ୍ତ ବ୍ଲକର ବାଙ୍କତିରା – ସରମରା ରାସ୍ତାରେ ୩ ଫୁଟ ଉଚ୍ଚରେ ସୁଅ ଚାଲିଛି । ଜଗନ୍ନାଥପୁର -ମୁଣ୍ଡଳୀ ରାସ୍ତା, ଧାନଘର – ନିର୍ମଳପୁର ରାସ୍ତା, ଆଡିଆ – ଜିରିଣା ରାସ୍ତାରେ ପାଣି ସୁଅ ଚାଲିଛି।

Share