Categories: ଜାତୀୟ

କୋଇଲା ଅଭାବ ପାଇଁ ମୌସୁମୀ ଦାୟୀ

ଛାତ୍ରା(ଝାଡ଼ଖଣ୍ଡ),୧୪।୧୦: ଦେଶରେ କୋଇଲା ଅଭାବ କାରଣରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବହୁ ସଂଖ୍ୟାରେ ପାଓ୍ବର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ଦେଶରେ ଦେଖା ଦେଇଛି ବିଦ୍ୟୁତ ସଙ୍କଟ। ତେବେ ପାଓ୍ବର ପ୍ଲାଣ୍ଟକୁ ଦରକାର ଥିବା ପରିମାଣର କୋଇଲା ଯୋଗାଇ ଦିଆଯିବ ବୋଲି ଆଶ୍ୱସନା ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

ମୌସୁମୀ କାରଣରୁ କିଛି କୋଇଲା ଖଣିରେ ବନ୍ୟା ପାଣି ମାଡ଼ିଯାଇଛି। କିନ୍ତୁ ଆତଙ୍କିତ ହେବାର କିଛି ଆବଶ୍ୟକତା ନାହିଁ। ସ୍ଥିତିରେ ସୁଧାର ଆସୁଛି। ଆମେ ଦୈନିକ ଦୁଇ ନିୟୁତ ଟନ କୋଇଲା ଯୋଗାଇ ପାରିବୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ କହିଛନ୍ତି।

Share