ବସ୍ତା,୨୨।୯(ଡି.ଏନ୍.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା, ଏସ୍ଡିପିଓ ଅଫିସ, ତହସିଲ ଅଫିସ ଜଳମଗ୍ନ ହୋଇଛି। ଏ ସମସ୍ତ କାର୍ଯ୍ୟାଳୟରେ ପାଣି ପଶିଯାଇଛି। ଜଳକା ନଦୀରେ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ୭.୦ରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବା ଯୋଗୁ ଅଧିକ ପାଣି ଆସିବାର ସମ୍ଭାବନା ଅଛି।