ବଢୁଛି ବୈତରଣୀ, ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନନ୍ଦପୁର ଓ ଆଖୁଆପଦା ଠାରେ ଏହା ବିପଦ ସଙ୍କେତ ଉପରେ ରହିଛି। ତେଣୁ ବଡ଼ ଧରଣର ନ ହେଲେ ବି ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି।

ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଓ ଯାଜପୁର ଜିଲାପାଳ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଯେଉଁଠି ଆବଶ୍ୟକ ପଡ଼ିବ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ଆରସି କହିଛନ୍ତି।

Share