ସାଓ ପାଉଲୋ,୨୦ ।୨: ବ୍ରାଜିଲର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନରେ ଖୁବ୍ ପ୍ରଭାବିତ ହୋଇଛି । ବ୍ରାଜିଲର ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି କି ଉତ୍ତର ସାଓ ପାଉଲ ରାଜ୍ୟର ଅଧିକାଂଶ ସହରରେ ବନ୍ୟା ଓ ଭୂସ୍ଖଳନ ଫଳରେ ଗମ୍ଭିର ପରିସ୍ଥିତି ଉପୁଜିଛି । ଏବେ ପର୍ଯ୍ୟନ୍ତ ଏଠାରେ ବନ୍ୟା ଓ ଭୂସ୍ଖଳନରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲେ ବି ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି ।
ବନ୍ୟା ଓ ଭୂସ୍ଖଳନରେ ସାଓ ପାଉଲ ସହରର ସାଓ ସେବଷ୍ଟିୟାଓ ଓ ବର୍ଟିଓଗା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଉଭୟ ସହରରେ ଆୟୋଜିତ ହେବାକୁ ଥିବା କାର୍ନିଭାଲକୁ ରଦ୍ଦ କରି ଦିଆଯାଇଛି । ଏଠାରେ ଉଦ୍ଧାରକାରୀ ଦଳ ନିଖୋଜ, ଆହତ ଓ ମାଟିତଳେ ପୋତିହୋଇ ପଡିଥିବା ଲୋକଙ୍କୁ ଖୋଜିବାରେ ଲାଗିପଡିଛନ୍ତି । ସାଓ ସେବଷ୍ଟିୟାଓର ମେୟର ଫେଲେପ ଅଂଗଷ୍ଟ କହିଛନ୍ତି, ଆମର ଉଦ୍ଧାରକାରୀ ଦଳ କିଛି ସ୍ଥାନକୁ ଯିବାରେ ବହୁ ଅସୁବିଧା ହେଉଛି । ଏହାଏକ ଅରାଜକ ସ୍ଥିତି । ଅଂଗଷ୍ଟ ତାଙ୍କ ସୋସିଆଲ ମିଡିଆ ଚ୍ୟାନେଲରେ ବ୍ୟାପକ ବିନାଶର କିଛି ଭିଡିଓ ଶେୟାର କରିଛନ୍ତି । ଏଥିରେ ପାଣିଭର୍ତ୍ତି ସଡ଼କ ଉପରେ ଠିଆ ହୋଇଥିବା ସ୍ଥାନୀୟ ଲୋକେ ଜଣେ ଶିଶୁକୁ ଉଦ୍ଧାର କରୁଥିବାର ଭିଡିଓ ବି ରହିଛି ।