ଇସଲାମାବାଦ,୭ା୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଗତ ଗ୍ରୀଷ୍ମଋତୁରେ ଦେଶରେ ହୋଇଥିବା ଭୟଙ୍କର ବର୍ଷା ଓ ବନ୍ୟାରେ ୧୭୦୦ ଲୋକ ପ୍ରାଣ ହରାଇଛନ୍ତି। ସ୍ବିଜରଲାଣ୍ଡର ଆକାର ଏକ ବୃହତ ଅଞ୍ଚଳ ଜଳମଗ୍ନ ହୋଇ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଅଧିକାଂଶ ୟୁରୋପୀୟ ଦେଶରେ ବାସ କରୁଥିବା ଲୋକଙ୍କ ଅପେକ୍ଷା ଏହି ସଂଖ୍ୟା ବି ଅଧିକ।
ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନରୁ ବନ୍ୟା କମିନାହିଁ ବରଂ ଏହା ଉପରୁ ସମଗ୍ର ବିଶ୍ୱର ଧ୍ୟାନ ହ୍ରାସ ପାଇଛି। ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶର ବଡ଼ ଅଂଶ ପାଣିରେ ଏବେ ବି ବୁଡ଼ିରହିଛି। ପାକିସ୍ତାନରେ ଖାଦ୍ୟ ଅଭାବରୁ ପୀଡ଼ିତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪ ନିୟୁତରେ ପହଞ୍ଚିଛି। ଏଥିସହିତ ଏହି ବନ୍ୟା ଯୋଗୁ ଆଉ ୯୦ ଲକ୍ଷ ଲୋକ ଦରିଦ୍ର ଆଡ଼କୁ ଗତି କରିଛନ୍ତି।