ଚଳିତ ବର୍ଷ ମହାନଦୀରେ ବନ୍ୟା ଆସିବା ପରେ ବାଙ୍କୀରେ ୧୮ଟି ପଞ୍ଚାୟତ ଓ ଡମପଡାର ୧୭ଟି ପଞ୍ଚାୟତର ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ସହାୟତା ନେଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ପ୍ରତି ବର୍ଷ ମହାନଦୀରେ ଭାରି ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ବନ୍ୟାର ସ୍ଥାୟୀ ପ୍ରତିକାର କରିବା ନେଇ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।