ଭଦ୍ରକ ଅଫିସ,୨୬।୮: ଲଘୁଚାପ ଜନିିତ ଲଗାଣ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି। ଭଦ୍ରକ ଜିଲାରେ ମଧ୍ୟ ଦୁଇ ଦିନ ଧରି ଲଗାଣ ବର୍ଷା ହେଉଥିବା ବେଳେ ବନ୍ୟା ଆଶଙ୍କା କରାଯାଉଛି। ସମସ୍ତ ନଦୀରେ ବର୍ଷା ଜଳ ପ୍ରବାହିତ ହେବାରେ ଲାଗିଛି। ବୈତରଣୀ, ରେବ୍, କପାଳି ଓ ସାଳନ୍ଦୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହୋଇଛି। ମୁଖ୍ୟତଃ ଧାମନଗର, ଭଣ୍ଡାରିପୋଖରୀ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇପାରେ ବୋଲି ଜିଲା ଜରୁରୀକାଳୀନ ବିଭାଗ ଅନୁମାନ କରିଛି। ସକାଳେ ଏନ୍ଡିଆର୍ଏଫ ଏବଂ ଓଡ୍ରାଫ ଟିମ୍ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପରେ ଏବଂ ଓଡ୍ରାଫ ଟିମ୍କୁ ଧାମନଗର ଓ ଏନ୍ଡିଆର୍ଏଫ ଟିମ୍କୁ ଭଣ୍ଡାରୀପୋଖରୀ ପଠାଇ ଦିଆଯାଇଛି।