ଲସ୍ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ୪୭,୦୦୦ ଲୋକଙ୍କୁ ସ୍ଥାନ ଛାଡ଼ିବା ପାଇଁ ଓ୍ବାର୍ନିଂ ଜାରି କରାଯାଇଛି।
ସେଣ୍ଟ୍ରାଲ୍ କାଲିଫର୍ନିଆର ଲକ୍ଷାଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ଲୋକେ ଅନ୍ଧାରରେ ରହିଛନ୍ତି। ସାଣ୍ଟାକ୍ଲାରା କାଉଣ୍ଟି ସର୍ବାଧିକ ପ୍ରଭାବିତ ହୋଇଛି।