ଚାଇନାରେ ବନ୍ୟା ବିଭୀଷିକା: ୨୯ମୃତ, ୧୭ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୧।୮: ଚାଇନାର ହେବେଇରେ ଭୀଷଣ ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଇନାର ହେବେଇରେ ପ୍ରାୟ ୯୫.୮୧୧ ବିଲିୟନ ୟୁଆନ କ୍ଷତି ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ୧.୭ଲକ୍ଷ ଲୋକଙ୍କୁ ହେବେଇରୁ ସ୍ଥାନାନ୍ତର କରାଯାଇଛି। ବନ୍ୟା କ୍ଷୟକ୍ଷତି ଯୋଗୁ ଚାଇନାର ଏହି ପ୍ରାନ୍ତ ଅଣ୍ଟା ସଳଖିବାକୁ ପ୍ରାୟ ଦୁଇ ବର୍ଷ ଳାଗିପାରେ। ଚାଇନାର ଅର୍ଥ ମନ୍ତ୍ରଣାଳୟ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୧.୪୬ ବିଲିୟନ ୟୁଆନ ସହାୟତା ରାଶି ଘୋଷଣା କରିଛି। ବନ୍ୟା ନିୟନ୍ତ୍ରଣ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ମୋଟ ୭.୭ବିଲିୟନ ୟୁଆନ ଖର୍ଚ୍ଚ କରିଛନ୍ତି।

Share