ମାଲକାନଗିର,୧୬।୭(ଡି.ଏନ୍.ଏ): ଲଗାଣ ବର୍ଷା ଯୋଗୁ ମାଲକାନିଗିରି ଜିଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନ୍ଏଚ୍ ୩୨୬ ପାଣିରେ ବୁଡିଯାଇଥିବା ବେଳେ ପଡ଼ୋଶୀ ରାଜ୍ୟକୁ ଯାତାୟତ ବନ୍ଦ ହୋଇଯାଇଛି। ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ଗତକାଲି ରାତିରେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ମୋଟୁରେ ରେଡ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।